ଜେସିବି ସହିତ ସମ୍ନାସାମ୍ନି ଧକ୍କା ହେଲା କାର୍: ଜଣେ ମୃତ, ୩ ଗୁରୁତର

add-all

ସାଲେପୁର: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତାର ଲୁଣା ନଦୀ ପୋଲ ନିକଟରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ଥର୍, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବି ସହିତ ସମ୍ନାସାମ୍ନି ଧକ୍କା ହେବା ଫଳରେ ଥର୍ ଗାଡ଼ି ଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ସ୍ଥାନୀୟ କମଳପୁର ପଂଚାୟତର ମହେନ୍ଦ୍ର ଜେନା। ସେ ଜମରା ପଂଚାୟତର ମଧୁବାବୁ ଆଇନ୍ ସହାୟତା ଅଧିକାରୀ ଥିଲେ। ଗୁରୁତର ଙ୍କ ମଧ୍ୟରେ ଗାଡ଼ି ଡ୍ରାଇଭର ସଂଜୟ ଜେନା, ଜମରା ପଂଚାୟତ ସରପଞ୍ଚ ଙ୍କ ସ୍ବାମୀ ଆଶୁତୋଷ ତ୍ରିପାଠୀ ଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.