ଶନିବାର ମନ୍ତ୍ରୀ ସମୀର ଦାସଙ୍କ କୁଶ ପୁତ୍ତଳିକା ଦାହ କରିବ ବିଜେପି

add-all

ପୁରୀ ୦୭/୧୦: ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ୧୧ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିବାଦରେ ରହିଛନ୍ତି। ଗୋଟିଏ ପଟେ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ସିଧାସଳଖ ମନ୍ତ୍ରୀଙ୍କ ନାମ ଥିବାରୁ ବିରୋଧୀମାନେ ଏନେଇ ଆନ୍ଦୋଳନ ଓ ପ୍ରତିବାଦ ମଧ୍ୟ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନେତୃତ୍ବରେ ଏକ ଟିମ୍ ପୁରୀ ଜିଲ୍ଲାପାଳଙ୍କୁ ଭେଟିଛି।

ଅନ୍ୟପଟେ ଆସନ୍ତାକାଲି ବା ଶନିବାର  ବିଜେଡି ୩୦ ହଜାର ମହିଳାଙ୍କୁ ନେଇ ନିମାପଡ଼ାରେ ଏକ ସମାବେଶ  କରୁଥିବା ବେଳେ ସମାବେଶରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଦଳୀୟ ପତାକା ଧରାଇବା ସହ ସେମାନେ ଦଳୀୟ ରଙ୍ଗର ଶାଢୀ ପିନ୍ଧିବେ ବୋଲି କୁହାଯାଇଛି। ତେବେ ଏହାକୁ ବିଜେପି ବିରୋଧ କରିବା ସହ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଏହି ସମାବେଶକୁ ଟାର୍ଗେଟ୍‌ କରିଛି। ଆସନ୍ତାକାଲି ବିଜେପି ପକ୍ଷରୁ ନିମାପଡ଼ାର ୧୦୦ଟି ଛକରେ ମନ୍ତ୍ରୀ ସମୀର ଦାସଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି। 

ad-week
Leave A Reply

Your email address will not be published.