ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ପାଳନ ହେବ ମାଣ୍ଡିଆ ଦିବସ

add-all

ଭୁବନେଶ୍ବର: ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ମାଣ୍ଡିଆ ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏନେଇ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ। ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଓ ବ୍ୟବହାର ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।ଚଳିତ ବର୍ଷ ନଭେମ୍ବର ୧୦ ତାରିଖରେ ପଡୁଛି ମାର୍ଗଶୀର ମାସ ପ୍ରଥମ ଗୁରୁବାର।

ad-week
Leave A Reply

Your email address will not be published.