ଫୁଟବଲ୍‌ ଖେଳ ଦେଖିବାକୁ ଯାଇ ଆଉ ଫେରିଲେନି, ଦୁଇ ଦିନ ପରେ ମିିଳିଲା କ୍ଷତାକ୍ତ ମୃତଦେହ

add-all

ଆନନ୍ଦପୁର ୦୯।୧୦ : ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଫେରିଲେନି । ଦୁଇ ଦିନ ପରେ ମିଳିଲା କ୍ଷତାକ୍ତ ମୃତଦେହ । ମୃତକ ଝିଙ୍କିପିଟା ଗାଁର ବୈଦନାଥ ମାରାଣ୍ଡି ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି ।

ଖବର ଅନୁଯାୟୀ, ଗତ ଶୁକ୍ରବାର ଦିନ ବୈଦ୍ୟନାଥ ଫୁଟବଲ ଖେଳ ଦେଖିବାକୁ କହି ଘରୁ ଯାଇଥିଲେ । କିଛି ସମୟ ବିତିଯାଇଥିଲେ ବି ସେ ଘରକୁ ଆସିନଥିଲେ ।ଶେଷରେ କେନ୍ଦୁଝର ଜିଲ୍ଲା ଘଷିପୁରା  ଥାନା ଜାମୁବାହାଳି ହୁଡି ନିକଟ  ଧାନକ୍ଷେତରୁ ଯୁବକର କ୍ଷତାକ୍ତ ମୃତଦେହ ଜବତ କରିଛି ପୋଲିସ ।ଶରୀରର ବିଭିନ୍ନ  ସ୍ଥାନରେ କ୍ଷେତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ୍ ମୃତଦେହ ଜବତ କରି ଅଧିକ  ତଦନ୍ତ ଜାରି ରଖିଛି  ।

ad-week
Leave A Reply

Your email address will not be published.