ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବାବେଳେ ବଜ୍ରାଘାତ, ୨ ମୃତ ଓ ଗୁରୁତରଙ୍କ ସଂଖ୍ୟା ୨୬କୁ ବୃଦ୍ଧି

add-all

ରାଉରକେଲା:  ରାଉରକେଲା ନୂଆଗାଁ ବ୍ଲକ ବନେଇଲତା ଅଞ୍ଚଳରେ ଅଘଟଣ । ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବାବେଳେ ବଜ୍ରାଘାତ । ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୧୨ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଗୁରୁତରଙ୍କ ସଂଖ୍ଯା ୨୬କୁ ବୃଦ୍ଧି ପାଇଛି।ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ମାନଙ୍କୁ ରାଉରକେଲା ସରକାରୀ ହସପିଟାଲ ସ୍ଥାନାନ୍ତର କରାଯାଇଛି। ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଆରଜିଏଚରେ ପହଞ୍ଚି ଆହତଙ୍କ ଚିକିତ୍ସା ବାବଦରେ ଡାକ୍ତରଙ୍କ ସହ ଆଲୋଚନା କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ବନେଇଲତା ଗ୍ରାମରେ କେତେକ ବାଳକ ରବିବାର ଅପରାହ୍ନରେ ଫୁଟବଲ ଖେଳୁଥିଲେ। ଏହି ସମୟରେ ଅଚାନକ ବିଜୁଳି , ଘଡଘଡି ମାରିଥିଲା। ବଜ୍ରପାତରେ ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ଯ ୨୬ ଜଣ ବାଳକ ଆହତ ହୋଇଛନ୍ତି।  ବାଳକ ମାନଙ୍କ ବୟସ ୧୪ ରୁ ୧୫ ବର୍ଷ ହେବ ବୋଲି ଜଣା ପଡ଼ିଛି। ଆହତ ମାନଙ୍କ ଚିକିତ୍ସା ରାଉରକେଲା ସରକାରୀ ହସପିଟାଲରେ ଚାଲିଛି।

ad-week
Leave A Reply

Your email address will not be published.