ପୃଥିବୀପୃଷ୍ଠରୁ ୟୁକ୍ରେନକୁ ନିଶ୍ଚିହ୍ନ କରିବାକୁ ଚାହୁଁଛି ରୁଷ: ଜେଲେନସ୍କି

add-all

ନୂଆଦିଲ୍ଲୀ: ଆଜି ସକାଳେ ରୁଷ ତାର ପୁଣି ଉଗ୍ର ରୂପ ଦେଖାଇଛି। ୟୁକ୍ରେନ୍‌ ଆକାଶରେ ରୁଷ କ୍ଷେପଣାସ୍ତ୍ର ଛାଇ ହୋଇଯାଥିବା ବେଳେ ଘନ ଘନ ମିଶାଇଲ ମାଡ଼ ହେଉଛି। ଅତ୍ୟନ୍ତ ବର୍ବର ଓ ଅମାନୁଷିକ ଭାବେ ଆକ୍ରମଣ ଜାରି ରଖିଥିବା ରୁଷକୁ କଡ଼ା ନିନ୍ଦା କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି। ସେ କହିଛନ୍ତି ଯେ, ୟୁକ୍ରେନ୍‌କୁ ପୃଥିବୀପୃଷ୍ଠରୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛି ରୁଷ। ସେମାନେ ଆମକୁ ନଷ୍ଠ କରିଦେବାକୁ ଚାହୁଁଛନ୍ତି। ବିଶ୍ୱ ମାନଚିତ୍ରରୁ ଆମ ଚିହ୍ନବର୍ଣ୍ଣ ହଜେଇ ଦେବାକୁ ଚାହୁଁଛନ୍ତି। ଘରେ ଶୋଇଥିବା ନୀରିହ ଲୋକଙ୍କ ଉପରେ ନିଷ୍ଠୁର ଭାବେ ବୋମା ବର୍ଷଣ କରୁଛି ରୁଷ।
ଏକ ଟେଲିଗ୍ରାମ ମେସେଜରେ ଏହା କହିଛନ୍ତି ଜେଲେନସ୍କି। ରୁଷ୍‌କୁ ସଂଯୋଗ କରୁଥିବା କ୍ରିମିଆ ସେତୁ‌ରେ ମାରାତ୍ମକ ବିସ୍ଫୋରଣ ପାଇଁ ମସ୍କୋ ୟୁକ୍ରେନ୍‌କୁ ଦାୟୀ କରି ପ୍ରଚଣ୍ଡ କ୍ଷେପଣାସ୍ତ୍ର ମାଡ଼ ଜାରତ ରଖିଛି। ସେହିପରି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଜିଆ ଉପରେ ମିସାଇଲ ଆଟାକ୍ କରିଛନ୍ତି । ଏହି ଆଟାକ୍ ଆପାର୍ଟମେଣ୍ଟ ବ୍ଲକ ଏବଂ ଆବାସିକ ଅଞ୍ଚଳରେ କରାଯାଇଛି । ଫଳରେ ସାରା ୟୁକ୍ରେନରେ ଏୟାର ଆଲର୍ଟ ଜାରି କରାଯାଇଛି ।
ରିପୋର୍ଟ ଅନୁଯାୟୀ, ଜାପୋରିଜିଆରେ କ୍ଷେପଣାସ୍ତ୍ର ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮୯ ଜଣ ଆହତ ହୋଇଛନ୍ତି । ରବିବାର ଜାପୋରିଜିଆରେ ଏହି ଆଟାକ୍ ହୋଇଥିଲା । ରୁଷର ବିମାନ ଅତି କମରେ ୧୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟଗୁଡିକରେ ଏହି ଟାର୍ଗେଟ କରାଯାଇଥିଲା ।

ad-week
Leave A Reply

Your email address will not be published.