ନର୍ସ ଚିକିତ୍ସା କରିବାରୁ ଚାଲିଗଲା ୫ବର୍ଷ ଶିଶୁର ଜୀବନ

add-all

ଗଜପତି: ଡାକ୍ତର ନଥିଲେ ନର୍ସ ଚିକିତ୍ସା କରିବାରୁ ୫ବର୍ଷର ଶିଶୁର ଜୀବନ ଗଲା। ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଗତକାଲି ବିଳମ୍ବିତ ରାତ୍ରରୁ ଶିଶୁ ମୃତ୍ଯୁକୁ ନେଇ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ଯୁ ଅଭିଯୋଗ କରି ଗୁରାଣ୍ଡି ଗ୍ରାମବାସୀ ଓ ପରିବାରବର୍ଗ ଉତ୍ତେଜିତ ହୋଇଛନ୍ତି ।

ଗତକାଲି ଗୁରାଣ୍ଡି ଗ୍ରାମର ହରିଜନ ସାହି ନିବାସୀ ଅନିଲ ବିଷୋୟୀଙ୍କ ୫ବର୍ଷର ପୁତ୍ର ଆୟୁଷ ବିଷୋୟୀକୁ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଓ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ଯ ଚିକିତ୍ସା କେନ୍ଦ୍ରରେ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ଭର୍ତ୍ତି କରାଯାଇଥିଲା । ତେବେ ଗୁରାଣ୍ଡି ସ୍ବାସ୍ଥ୍ଯ କେନ୍ଦ୍ରର ଡାକ୍ତର ହ୍ବାଟ୍ସ ଆପରେ ଔଷଧ ଦେଇଥିଲେ। ଆୟୁଷକୁ ଦେଖିବାକୁ ଆସିନଥିଲେ। ପରେ ଜିଲ୍ଲା ମୁଖ୍ଯ ସ୍ବାସ୍ଥ୍ଯ କେନ୍ଦ୍ରରେ ମଧ୍ଯ କୌଣସି ଡାକ୍ତର ଚିକିତ୍ସା ପାଇଁ ଆସିନଥିଲେ। ସେଠାରେ ଥିବା ନର୍ସ ଚିକିତ୍ସା କରିଥିଲେ । ବିନା ଡାକ୍ତରରେ ସେ ସାଲାଇନ ଓ ଇଂଜେକସନ ଦେଲେ।

ଯାହାଫଳରେ ଆୟୁଷର ମୃତ୍ୟୁ ଘଟିଥିବା ପରିବାର ବର୍ଗ ଅଭିଯୋଗ କରି ମୃତଦେହ ଧରି ଧାରଣା ଦେବା ସହ ଉତ୍ତେଜିତ ହୋଇଛନ୍ତି। ସେପଟେ ପୋଲିସ, ସିଡିଏମଓ, ଜିଲ୍ଲା ମେଡିକାଲ ଅଧିକାରୀ ପହଞ୍ଚି ବୁଝାସୁଝା ଆରମ୍ଭ କରିଛନ୍ତି। ତଥାପି ଉତ୍ତେଜନା ପରିବାର ବର୍ଗ ଓ ଗ୍ରାମବାସୀ ଧାରଣାରେ ବସି ରହିଛନ୍ତି। ସେପଟେ ଘଟଣାର ତଦନ୍ତ ହେବ ବୋଲି ମେଡିକାଲ ଅଫିସର କହିଛନ୍ତି।

ad-week
Leave A Reply

Your email address will not be published.