ପୀଡିତାଙ୍କ ସାଂଘାତିକ ତଥ୍ୟ, ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା

add-all

ଭୁବନେଶ୍ୱର ୧୧।୧୦ : ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା । ପୀଡିତାଙ୍କ FIRରେ ସାଂଘାତିକ ତଥ୍ୟ । ଅର୍ଚ୍ଚନା ନିଶାଦେଇ ନଗ୍ନ ଭିଡିଓ କରୁଥିବା ଅଭିଯୋଗ ଆଣିଛନ୍ତି ଜଣେ ପୀଡିତା । କେବଳ ସେତିକି ନୁହେଁ ଏବାବଦରେ ପଚାରିବାରୁ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲେ । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ସମ୍ପର୍କ କରିବାକୁ ଅର୍ଚ୍ଚନା ନିର୍ଦ୍ଦେଶ ଦେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ।

ଅନ୍ୟପଟେ ରିମାଣ୍ଡରେ ଯିବେ ‘ନାଗ’ ରାଣୀ । ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେଉଛି। ତେବେ ଭିଡିଓ କନଫରେନ୍ସିଂରେ ଏହି ଶୁଣାଣି ହେଉଛି। ଅର୍ଚ୍ଚନା ମଧ୍ୟ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରୁଛନ୍ତି ଅଦାଲତ। ଏବଂ ତାଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ। ରାଜଧାନୀ ଭୁବନେଶ୍ବରରେ ରହି ବଡ଼ ଧରଣର ସେକ୍ସ ରାକେଟ୍ ଚଳାଇଥିଲେ ଏହି ଲେଡି ବ୍ଲାକମେଲର।

ad-week
Leave A Reply

Your email address will not be published.