ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ରାସ୍ତାରୁ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୧ ଲକ୍ଷ ଟଙ୍କା

add-all

ସମ୍ବଲପୁର: ଦିନ ଦ୍ୱିପ୍ରହରରେ ଜନଗହଳି ରାସ୍ତାରୁ ଝାମ୍ପିନେଲେ ୧୧ ଲକ୍ଷ । ଦଶହରା ପର୍ବ ଶେଷ ହେଉ ହେଉ ସମ୍ବଲପୁର ସହରରେ ମାତିଛନ୍ତି ଲୁଟେରା । ଆଜି ଲୁଟେରା ମାନେ ଜଣେ ବ୍ୟବସାୟୀଙ୍କ ହାତରୁ ୧୧ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଝାମ୍ପି ନେଇଛନ୍ତି। ଟାଉନ ଥାନା ଅନ୍ତର୍ଗତ ମୋଡ଼ିପଡ଼ା ସ୍ଥିତ ହସ୍ପିଟାଲ ରୋଡ଼ ଠାରେ ଥିବା ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ଏକ ଫ୍ରୀଜ଼ ଦୋକାନ ରୁ ଦୁର୍ବୁତ୍ତ ମାନେ ଏହି ଲୁଟ କରିଛନ୍ତି।

ଆଜି ଦିନ ପ୍ରାୟ ୧୧ ଟା ସମୟରେ ଦୋକାନ ଖୋଲିବା ପାଇଁ ଜଣେ କର୍ମଚାରୀ ୧୧ ଲକ୍ଷ ଟଙ୍କା ଧରି ଦୋକାନକୁ ଆସିଥିଲେ। ଦୋକାନର ସଟର ଖୋଲିବା ସମୟରେ ଟଙ୍କା ବେଗ ଟିକୁ ତଳେ ଥୋଇଥିଲେ । ହଠାତ ଜଣେ ଯୁବକ ଦୌଡ଼ି ଆସି ଟଙ୍କା ବେଗ ଟିକୁ ଧରି ଫେରାର ହେବା ଉଦ୍ୟମ କଲା ବେଳେ ଦୋକାନର ପିଲା ଛଡ଼ାଇବାକୁ ଉଦ୍ୟମ କରିଥିଲା ହେଲେ ଲୁଟେରା ଜଣକ ଠେଲି ଟଙ୍କା ବେଗ ଧରି ଫେରାର ହୋଇଯାଇଥିଲା। ଏନେଇ ଟାଉନ ଥାନାରେ ଅଭିଯୋଗ ହେଲା ପରେ ପୋଲିସ ଏହାର ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣାରେ ପୋଲିସ ସନ୍ଦେହ ରେ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ad-week
Leave A Reply

Your email address will not be published.