ଲେଡି ବ୍ଲାକମେଲର ଗିରଫ ଘଟଣା: ଭିଡିଓ କନ୍‌‌ଫରେନ୍‌ସିଂ ଜରିଆରେ ହାଜର ହେଲେ ଅର୍ଚ୍ଚନା ନାଗ

add-all

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଆଜି ଏସ୍‌ଡିଜେଏମ୍‌ କୋର୍ଟରେ ଭିଡିଓ କନ୍‌ଫରେନସିଂ ଜରିଆରେ ଶୁଣାଣି ହୋଇଛି। ବ୍ଲାକମେଲର ଅର୍ଚ୍ଚନା ନାଗ ଏସ୍‌ଡିଜେଏମ୍‌ କୋର୍ଟରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ହଜାର ହୋଇଛନ୍ତି। ପ୍ରଥମ ଦିନରେ ଅର୍ଚ୍ଚନା ନିଜର ଓକିଲଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି। ଦେବାଶିଷ ମହାପାତ୍ରଙ୍କୁ ସେ ନିଜର ଆଇନଜୀବୀ ଭାବେ ସ୍ପଷ୍ଟ କରିଛନ୍ତି। ଗତକାଲି ହୋଇଥିବା ବେଲ୍‌ ଆବେଦନ କାଟ ହୋଇଥଲା। ନୂତନ ଭାବେ ଆଉଥରେ ଜାମିନ ଆବେଦନ କରାଯିବ। ତଳ କୋର୍ଟରେ ଜାମିନ ନହେଲେ ସେସନ୍ସ କୋର୍ଟରେ ଆବେଦନ ହେବ। ସେପଟେ  ଅର୍ଚ୍ଚନାଙ୍କୁ ଓକିଲ ନିର୍ଦ୍ଦୋଷ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି।

ଅନ୍ୟପଟରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଖଣ୍ଡଗିରି ଥାନାରେ ଯୁବତୀ କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି । ୧୬ଟି ଦଫା ଲଗାଇଛି ପୁଲିସ । ଅର୍ଚ୍ଚନାଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ଏହି ଷୋହଳ ଦଫା। ଅପରାଧ ଘଟାଇବା ଉଦ୍ଦେଶ୍ୟରେ ନିଶା କିମ୍ବା ବିଷ ଦେବା ପରି ଦଫା ଲଗାଇଛି ପୁଲିସ । ଡରାଇ ଧମକାଇ ଟଙ୍କା ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ କରିବା ଭଳି ସଙ୍ଗୀନ ଦଫା ଲାଗିଛି।

ad-week
Leave A Reply

Your email address will not be published.