ବେଆଇନ ଭାବେ ରାଜ୍ୟ ବାହାରକୁ ଯାଉଥିବା ୨୧ ଦାଦନ ଶ୍ରମିକ ଉଦ୍ଧାର

add-all

କଣ୍ଟାବାଞ୍ଜି: ଦାଦନ ଶ୍ରମିକଙ୍କୁ ଉଦ୍ଧାର । କଣ୍ଟାବାଞ୍ଜି ପୋଲିସ ବିଳମ୍ବିତ ରାତିରେ ୨୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକ ମାନେ ବେଲପଡା ଥାନା ଫୁଲକାନୀ, କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଏବଂ ମୁରିବାହାଲ ଥାନା କୁମ୍ଭାରୀ ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକ ମାନଙ୍କ ସହ ୧୦ ରୁ ଅଧିକ ଶିଶୁ ଥିବା ଜଣାପଡିଛି ।

ଶ୍ରମିକ ମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଯାଉଥିବା ବେଳେ ଜେ. ଏମ. ଜେ ସ୍କୁଲ ପାଖ ରାସ୍ତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଉଦ୍ଧାର ଶ୍ରମିକ ମାନଙ୍କୁ କଣ୍ଟାବାଞ୍ଜି ଥାନାରେ ଅଟକ ରଖାଯାଇଛି । ସେମାନଙ୍କ କାଗଜ ପତ୍ର ଯାଞ୍ଚ କଲା ପରେ ଯଦି ସେମାନଙ୍କ ପାଖରେ ରାଜ୍ୟ ବାହାରକୁ ଯିବା କାଗଜ ପତ୍ର ଥିବ ତେବେ ତାଙ୍କୁ ବାହାର ରାଜ୍ୟ ଯିବାକୁ ଅନୁମତି ଦିଆଯିବ। ନହେଲେ ସେମାନଙ୍କୁ ଘରେ ଛାଡି ଦିଆଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯିବ ।

ad-week
Leave A Reply

Your email address will not be published.