ବଲାଙ୍ଗୀର ରେ ସେକ୍ସ ରାକେଟ୍‌, ରାଣି ମହୁମାଛି ସହ ୧୦ ଯୁବତୀ ଓ ୨ ଗରାଖ ଉଦ୍ଧାର

add-all

ବଲାଙ୍ଗୀର ୧୩/୧୦: ତିନି ମାସ ଧରିଚାଲିଥିଲା ସେକ୍ସ କାରବାର। ଆଲିସାନ କୋଠାରେ ଅୟେସ କରୁଥିଲେ ରାଣି ମହୁମାଛି। ଶେଷରେ ଧରିଲା ବଲାଙ୍ଗୀର ପୋଲିସ ଏହି ସେକ୍ସ ଆଡ୍ଡା ଉପରେ ଚଢ଼ଉ କରିଛି। ଖବର ଅନୁସାରେ, ବଲାଙ୍ଗୀର ସହରର ଶାସ୍ତ୍ରୀନଗର ପଡ଼ାରେ ଥିବା ଏକ କୋଠାରେ ବହୁତ ମାସ ହେଲା ଚାଲିଥିଲା ସେକ୍ସ ରାକେଟ। ଏନେଇ ପୋଲିସ ଖବର ପାଇ ଜଗିରହିଥିଲା। ସନ୍ଧ୍ୟା ସମୟରେ ଘର ଭିତରକୁ ଯିବାରୁ ୨ ଯୁବକଙ୍କ ସହ  ଜଣେ ଯୁବତୀ ଅସଞ୍ଜତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।

ପରେ  ଟାଉନ ଥାନା ପୋଲିସ ସମସ୍ତଙ୍କୁ ଘରେ ରଖି ସର୍ଚ୍ଚ ଅପରେସନ କରିଥିଲା  ତେବେ ଏହି ସେକ୍ସ ଗୃପ୍‌ରେ ୧୦ ମହିଳା ଓ ଯୁବତୀ, ୨ ଜଣ ଯୁବକ ଓ ଜଣେ ପିଅନ ଅଛନ୍ତି। ତେବେ ଘର ମାଲିକ ଜଣଙ୍କ ସୋନପୁର ଜିଲ୍ଲାର ହୋଇଥିବା ବେଳେ ସେ କଳାହାଣ୍ଡିରେ ରହୁଥବା ଜଣାପଡ଼ିଛି। ସେପଟେ ଘର ରକ୍ଷଣା ବେକ୍ଷଣା କରୁଥିବା ବ୍ୟକ୍ତି ଏଠାରେ ସେକ୍ସ କାରବାର କରୁଥିବା ଲୋକଙ୍କ ଠାରୁ ୧୦ ହଜାର ଟଙ୍କା ନେଉଥିଲେ ବୋଲି କହିଛନ୍ତି। ବଲାଙ୍ଗୀର ଏସଡିପିଓଙ୍କ  ତୋଫାନ ବାଗଙ୍କ ନେତୃତ୍ୱରେ ଏହି ଛାନଭିନ ହୋଇଥିଲା ବୋଲି ପୋଲିସ କହିଛି।  

ad-week
Leave A Reply

Your email address will not be published.