ବିଦ୍ୟାଳୟରେ ମଦ୍ୟପାନ, ୨ ପ୍ରଧାନଶିକ୍ଷକ ନିଲମ୍ବିତ

add-all

ବଲାଙ୍ଗିର: ବିଦ୍ୟାଳୟରେ ମଦ୍ୟପାନ ଘଟଣାରେ ୨ଜଣ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ମାଟୁପାଲି ଓ ଡୁମେରପିଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ଜଣ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ଉଭୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ପ୍ରଧାନ ଶିକ୍ଷକ ମଦ୍ୟପାନ କରିବା ଘଟଣାରେ ଅଭିଭାବକ ପ୍ରତିବାଦ କରିଥିଲେ।

ମାଟୁପାଲି ସରକାରୀ ନୂତନ ପ୍ରାଥମିକ ଵିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟଦେବ ବିଶିଙ୍କ ସହ ତାଙ୍କର କିଛି ସହଯୋଗୀ ଗତକାଲି ବିଦ୍ୟାଳୟକୁ ଆସିଥିଲେ। ସମସ୍ତେ ମାତାଲ ଅବସ୍ଥାରେ ଥିବା ବେଳେ ବିଦ୍ୟାଳୟ ଭିତରେ ବି ମଦ ପିଇଥିଲେ। ଏହା ଜାଣିବା ପରେ ଆଜି ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ପ୍ରଧାନଶିକ୍ଷକ ପ୍ରତିଦିନ ମଦ ପିଇ ବିଦ୍ୟାଳୟ ଆସନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ଠିକ୍‌ରେ ପାଠ ପଢାନ୍ତି ନାହିଁ ବୋଲି ଆନ୍ଦୋଳନକାରୀ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.