ରାଜ୍ୟରେ ଆଉ ୭୭ ଜଣ କରୋନା ପଜିଟିଭ ଚିହ୍ନଟ

add-all

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ବରଗଡ଼ରେ ୩, ବଲାଙ୍ଗୀରରେ ୨, କଟକରେ ୫, ଦେଓଗଡ଼ରେ ୩, ଗଞ୍ଜାମରେ ୨, ଜଗତସିଂହପୁରରେ ୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୧, ଖୋର୍ଦ୍ଧାରେ ୯, କୋରାପୁଟରେ ୩, ମୟୂରଭଞ୍ଜରେ ୧, ନୟାଗଡ଼ରେ ୧, ନୂଆପଡ଼ାରେ ୨, ପୁରୀରେ ୯, ସମ୍ବଲପୁରରେ ୧୦, ସୁନ୍ଦରଗଡ଼ରେ ୨୧ ଓ ଷ୍ଟେଟ ପୁଲରୁ ୨ ଜଣ ସଂକ୍ରମିତ ହୋଇଛନ୍ତି।

ad-week
Leave A Reply

Your email address will not be published.