ସାଲେପୁରରେ ଡିବିୟୁ ଉଦଘାଟନ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

add-all

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସାରା ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍ (ଡିବିୟୁ) ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ଏହି ଭଳି ଚାରୋଟି ୟୁନିଟ୍ ଓଡିଶାରେ ରହିଛି। ଏହି ୟୁନିଟ୍ ଗୁଡିକ କଟକ, ଖୋର୍ଦ୍ଧା, ପୁରୀ ଏବଂ କେନ୍ଦୁଝର ଜିଲ୍ଲାରେ ରହିଛି ।

କଟକ ଜିଲ୍ଲାର ସାଲେପୁର ଠାରେ ଥିବା ୟୁକୋ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍ ଉଦଘାଟନୀ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତିକୁ ମଜଭୁତ କରିବା ନିମନ୍ତେ କରା ଯାଉଥିବା ପ୍ରୟାସ ଦିଗରେ ଏହା ଆଉ ଏକ ପଦକ୍ଷେପ । ସେ କହିଥିଲେ ଯେ,‘ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଥିବା ଏହି ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍ ଗୁଡିକ ନାଗରିକ ମାନଙ୍କୁ ୨୪ ଘଣ୍ଟିଆ ପ୍ରତିବନ୍ଧକ ମୁକ୍ତ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବ ଏବଂ ତୃଣମୂଳ ସ୍ତରରେ ଲୋକ ମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବ ।

ad-week
Leave A Reply

Your email address will not be published.