ଭୁବନେଶ୍ୱର ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର: ଓଡ଼ିଶାରେ ସମ୍ପ୍ରସାରିତ ହେଉଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର। ଆଜି ଭୁବନେଶ୍ୱରରେ O-Hubରେ ଆଇବିଏମ୍‌ର କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥିରେ ୫ଶହ ଜଣ କାମ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ବର୍ଷ ହେବ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି। ନୂଆ ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି ଓଡ଼ିଶା। ନୂଆ ଓଡ଼ିଶା ନୂଆ ଚିନ୍ତାଧାରା ଓ ନୂଆ ଉଦ୍ୟୋଗୀକରଣକୁ ଗ୍ରହଣ କରୁଛି।

ଓଡ଼ିଶା ଏବେ ଦେଶରେ ଦ୍ରୁତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସମ୍ବଳର ହବ୍‌ ଭାବେ ଉଭା ହୋଇଛି। ଆଇବିଏମ୍‌ର କ୍ଲାଏଣ୍ଟ ଇନୋଭେସନ ସେଣ୍ଟର, ପ୍ରଯୁକ୍ତିବିଦ୍ୟା ସମ୍ବଳ ହବ୍‌ ଭାବେ ଭାରତରେ ଓ଼ଡ଼ିଶା ସ୍ଥାନକୁ ପକ୍କା କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜିର ଦିନରେ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରି ସେ କହିଛନ୍ତି, ଓଡ଼ିଶାରୁ ବୈଷୟିକ ଶିକ୍ଷାଗ୍ରହଣ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ad-week
Leave A Reply

Your email address will not be published.