ସେକ୍ସ ରାକେଟ ଚଳାଉଥିବା କହି ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ: ୨ ୱେବ୍ ଚ୍ଯାନେଲ୍ ସାମ୍ବାଦିକ ଗିରଫ

add-all

ଭୁବନେଶ୍ୱର: ଭୁବନେଶ୍ୱରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ । ୨ ଜଣ ୱେବ ସାମ୍ବାଦିକଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ୍।

ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ଟଙ୍କା ମାଗିଥିଲେ । ଏହାପରେ ୭୦ହଜାର ଟଙ୍କା ଦାବି କରିଥିଲେ। ଦେହଜୀବୀ ରଖି ଦେହ ବ୍ୟବସାୟ କରୁଥିବା କଥା କହି ଗେଷ୍ଟ ହାଉସରେ ଭିଡ଼ିଓ ସୁଟ କରି ଧମକ ଦେଇଥିଲେ।

ତେବେ ଏନେଇ ଗେଷ୍ଟ ମାଲିକ ବାଧ୍ଯ ହୋଇ ଥାନାରେ ଅଭିଯୋଗ କରିଥିଲେ। ପ୍ରମାଣ ସ୍ୱରୂପ ଟଙ୍କା ମାଗିବାର ଅଡିଓ ରେକଡିଂ ମଧ୍ଯ ସେ ପୋଲିସକୁ ଦେଇଥିଲେ। କଳିଙ୍ଗ ନଗରରେ ଥିବା ଗେଷ୍ଟ ହାଉସକୁ ଯାଇ ପୋଲିସ ତଦନ୍ତ କରିବା ପରେ ତଦନ୍ତ ଆଧାରରେ ପୋଲିସ୍ ୨ଜଣଙ୍କୁ ଗିରଫ କରିଛି। `

ad-week
Leave A Reply

Your email address will not be published.