ହାଇଦ୍ରାବାଦ୍‌ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌, ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନ ଆଲୋଚନା

add-all

ଆଜି ହାଇଦ୍ରାବାଦ୍‌ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌। ଏହାପୂର୍ବରୁ ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନ ଆଲୋଚନା । ମାଇକ୍ରୋସଫ୍ଟ ଇଣ୍ଡିଆର ଏମ୍‌ଡି ରାଜୀବ କୁମାର, ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ ଡ. କ୍ରିଷ୍ଣା ଇଲାଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକ। CTRLS ଡାଟା ସେଣ୍ଟରର CMD ପି.ଏସ୍‌ ରେଡ୍ଡି, ଆରନ୍‌ କ୍ୟାପିଟାଲ୍‌ର MD ଡେଭିଡ୍‌ ଉଲଫେ, ବିଜୟନଗର ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର MD ଡି.ଭି ରାଜି, ଚୁବ୍‌ କମ୍ପାନୀର MD ମୋହଲ ନାରାୟଣ ସ୍ୱାମୀ, ଶ୍ରୀ ମାଲାନି ପୋମ୍‌ସ ପ୍ରାଇଭେଟ ଲିମିଟେଡ୍‌ର ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନି ଏବଂ ଓରାକଲ କମ୍ପାନୀର MD ଶୈଳେନ୍ଦ୍ର କୁମାରଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସୁବିଧାସୁଯୋଗ ନେଇ ଅବଗତ କରାଇଛନ୍ତି । ମହାସିମେଣ୍ଟର ଏକଜିକ୍ୟୁଟିଭ୍‌ ଚେୟାରମ୍ୟାନ ରାମେଶ୍ୱର ଜେ ରାଓ ଓ ରାମକି ଗ୍ରୁପ୍‌ MD ୱାଇ.ଆର୍‌ ନାଗରାଜ ମଧ୍ୟ ନବୀନଙ୍କୁ ଭେଟିଛନ୍ତି । ରାଜ୍ୟ ସରକାରଙ୍କ ଫୋକସରେ ରହିଛି ୮ଟି ସେକ୍ଟର। ଏହା ଭିତରେ ରହିଛି ଆଇଟି/ଆଇଟିଇଏସ୍‌, ହେଲ୍‌ଥ କେୟାର ଓ ଫାର୍ମାସ୍ୟୁଟିକାଲ୍‌, ଇଏସଡିଏମ୍‌ ଓ ଡାଟା ସେଣ୍ଟର, ମେଟାଲ୍‌ ଓ ମେଟାଲ୍‌ ଡାଉନଷ୍ଟ୍ରିମ୍‌ । ସେହିପରି ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ମାଇନିଂ ମେସିନାରୀ, ଅକ୍ଷୟ ଶକ୍ତିରୁ ନିବେଶ ଆଶା କରିଛନ୍ତି ସରକାର। ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏଥିରେ ୩୦୦ ପୁଞ୍ଜିପତି ଯୋଗଦେବେ ।

ad-week
Leave A Reply

Your email address will not be published.