ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼

add-all

କାମାକ୍ଷାନଗର ୧୮।୧୦ : ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼। କାହ୍ନୁ ସାହୁଙ୍କ ମଢିସାହି ସ୍ଥିତ ବାସଭବନ ଠାରେ ଥିବା ଗାଡି ଉପରକୁ ବୋମାମାଡ଼ ହୋଇଛି।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ଗାଡି ଉପରକୁ ୩ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଏବେବି ୨ଟି ଅଫୁଟା ବୋମା ପଡ଼ିରହିଛି। ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.