ପ୍ରେମ ଓ ପ୍ରତାରଣା କରି ଗିରଫ ହେଲେ ଏମସ୍‌ ଡାକ୍ତର

add-all

ଭୁବନେଶ୍ୱର ୧୮/୧୦: ଗିରଫ ହେଲେ ଏମସ୍‌ ଡାକ୍ତର। ଭୁବେଶ୍ୱରରେ ଥିବା ଏମସ୍‌ ଡାକ୍ତରଖାନାର ହୃଦରୋଗ ଡାକ୍ତର ଜୟଦୀପ ଦାସ ଗୁପ୍ତାଙ୍କୁ ପୋଲିସ ଗିରଫ କରିଛି। ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲି ଗିରଫ କରିଥିବା କୁହାଯାଇଛି।

ଗିରଫ ଅଭିଯୁକ୍ତ ୨ ବର୍ଷ ତଳେ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖି ବାହା ହେବେ ବୋଲି କହିଥିଲେ। ପରେ ଅଭିଯୁକ୍ତ ସମ୍ପୃକ୍ତା ଯୁବତୀଙ୍କ ସହିତ ପ୍ରତାରଣା କରିଥିଲେ। ଯୁବତୀଙ୍କ ବାପାଙ୍କୁ ଚିକିତ୍ସା କରିବା ବାହାନାରେ ସେ ଯୁବତୀଙ୍କ ଫୋନ୍‌ ନମ୍ୱର ଆଣି ତାଙ୍କ ସହିତ ସମ୍ପର୍କ ଗଢିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.