ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଚେରୀ ନିକଟରେ ୧୬ ଟିକିଆ ହାତୀପଲ

add-all

ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପାଚେରୀ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀପଲ ଦେଖିବାକୁ ମିଳିଛି। ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖରେ ଏହି ହାତୀପଲ ରହିଥିବା ଜଣାଯାଇଛି। ନନ୍ଦନକାନନ ପଛପଟ ପାଚେରୀ କଡ଼ରେ ଏକ ପାଣି ଆଉ ଚାଷ ଜମି ପାଖରେ ଅଛନ୍ତି ଜଙ୍ଗଲୀ ହାତୀପଲ।

ସୂଚନା ଅନୁସାରେ ଗତକାଲି ରାତିରେ ଏହି ହାତୀପଲ ଚନ୍ଦକା ଅଭୟାରଣ୍ୟ ଦେଇ ନନ୍ଦନକାନନ ପଛପଟ ଗେଟ୍‌ ଦାରୁଠେଙ୍ଗ ଗାଁ ପାଖକୁ ଚାଲିଆସିଥିଲେ। ସେମାନେ ଦାରୁଠେଙ୍ଗ ଅଞ୍ଚଳରେ ବ୍ୟାପକ ପନିପରିବା ନଷ୍ଟ କରିଥିବା କୁହାଯାଉଛି। ‌ତେବେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀମାନଙ୍କ ଉପରେ ନଜର ରଖିଛି ଏବଂ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛି। ହାତୀମାନେ ଏକ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.