ଦୀପାବଳି ପାଇଁ କମିସନରେଟ ପୋଲିସର ଗାଇଡ଼ଲାଇନ ଜାରି

add-all

ଭୁବନେଶ୍ୱର: ଦୀପାବଳି ପାଇଁ କମିସନରେଟ ପୋଲିସର ଗାଇଡ଼ଲାଇନ । ରାଜଧାନୀରେ ୨ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି । ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବା ପାଇଁ ଅନୁମତି ଦିଆ ଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ କିମ୍ବା ପରେ ବାଣ ଫୁଟାଇଲେ ଜୋରିମାନା ଆଦାୟ କରାଯିବ।

ରାଜଧାନୀରେ ବାଣ ଦୋକାନ ଖୋଲିବାକୁ ୩୦ଟି ଖୋଲା ସ୍ଥାନ ଚିହ୍ନଟ କରାଯାଇଛି। ପ୍ରତି ଦୋକାନ ମଧ୍ୟରେ ୩ମିଟର ଦୂରତା ରହିବା ସହ ସାମନ୍ତରାଳ ଭାବେ ଦୋକାନ ଖୋଲିବାକୁ କୁହାଯାଇଛି । ଏହି ୩୦ଟି ସ୍ଥାନ ଛଡା ଯଦି ଆଉ କେଉଁଠି ବାଣ ବିକ୍ରି କରାଯାଉଥାଏ ତାହାଲେ ସେଇ ଦୋକାନକୁ ସିଲ କରାଯିବ । କୌଣସି ବେଆଇନ ବାଣ ଦୋକାନ ନଜରକୁ ଆସିଲେ କମିସନରେଟ ପୋଲିସ ଜାରି କରିଥିବା ହ୍ଵାଟ୍ସଆପ ନମ୍ବରରେ ଜଣାଇବାକୁ କୁହାଯାଇଛି।

ad-week
Leave A Reply

Your email address will not be published.