ଭୁବନେଶ୍ୱରରେ ଦୃଶ୍ୟମାନ ହେଲା ସୂର୍ଯ୍ୟପରାଗ

add-all

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଆକାଶରେ ଦୃଶ୍ୟମାନ ହୋଇଛି ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ । ୪ଟା ୫୫ ପରେ ଏହା ସ୍ପଷ୍ଟ ପ୍ରତ୍ୟୟମାନ ହୋଇଥିଲା। ଏହା ସନ୍ଧ୍ୟା ୫.୧୭ ମିନିଟ ପର୍ଯ୍ୟନ୍ତ ଦେଖାଯାଇଥିଲାଏବଂ ଏହାପରେ ସୂର୍ଯ୍ୟ ଅସ୍ତ ହୋଇଯାଇଥିଲା। ରାଜଧାନୀବାସୀ ବିଭିନ୍ନ ସ୍ଥାନରେ ରହି ଏହାକୁ ଦେଖିଥିଲେ। ସେହିଭଳି ଆଚାର୍ଯ୍ୟବିହାର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ମଧ୍ୟ ଲୋକଙ୍କୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ତେବେ କିଛିଟା ମେଘାଚ୍ଛନ୍ନ ଥିବାରୁ କେତେକ ସ୍ଥାନରେ ଏହା ସ୍ପଷ୍ଟ ଭାବେ ଦେଖାଯାଇନଥିଲା।

ଆଜିର ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ ଥିଲା ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ। ଏହା ସୂର୍ଯ୍ୟର ମାତ୍ର ୧୦ରୁ୧୫ ପ୍ରତିଶତ ଅଂଶ ଘୋଡ଼େଇ ହୋଇଥିଲା। ବର୍ଷକୁ ଅତି କମରୁ ୨ଟି ଗ୍ରହଣ/ପରାଗ ଘଟିଥାଏ। ବର୍ଷକରୁ ୪ରୁ ୫ଟି ସୂର୍ଯ୍ୟପରାଗ ଓ ୨ରୁ୩ଟି ଚନ୍ଦ୍ରଗ୍ରହଣ ଘଟିଥାଏ।

ad-week
Leave A Reply

Your email address will not be published.