ଖୋର୍ଦ୍ଧା ବଡ଼ ମେଡ଼ିକାଲକୁ ମସ୍ତିଷ୍କ ବିକୃତ ଯୁବକ ନିଖୋଜ

add-all

ଦାରିଙ୍ଗବାଡ଼ି: ମସ୍ତିଷ୍କ ବିକୃତି ଯୁବକ ନିଖୋଜ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୋନପୁର ପଞ୍ଚାୟତର ଗାହାକିଆ ଗ୍ରାମର ଜୋହନ ମୁଠମାଝୀଙ୍କ ପୁଅ ଅର୍ଶିତ ମୁଠାମାଝୀ ଦୀର୍ଘଦିନ ହେବ ମସ୍ତିଷ୍କ ବିକୃତି ରୋଗରେ ପୀଡ଼ିତ ଥିଲେ । ଅନେକ ଥର ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ନେଇଥିଲେ କିନ୍ତୁ କୌଣସି ପ୍ରକାର ସୁଫଳ ମିଳିନଥିଲା ।

ଏଣୁ ପରିବାର ଲୋକ ତାଙ୍କର ଅଧିକ ଚିକିତ୍ସା କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅଗଲ ପଡା ଝାଂସି ଖ୍ରୀଷ୍ଟିଆନ ଅନୁଷ୍ଠାନରେ ରଖି ଖୋର୍ଦ୍ଧା ବଡ଼ ମେଡ଼ିକାଲକୁ ଗତ ୧୫ ତାରିଖ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ ସେଠାରୁ ସେ ନିଜ ବାପାଙ୍କୁ ଧକ୍କା ମାରି କୁଆଡ଼େ ପଳେଇ ଯାଇଛି ବହୁତ ଖୋଜାଖୋଜି କରି କୌଣସି ସୁଫଳ ମିଳିନାହିଁ। ତେବେ ଯଦି କେହି ସହୃଦୟ ବ୍ୟକ୍ତି ଏହି ଖବରକୁ ପଢୁଛନ୍ତି ତେବେ 9439121138 /8280917223 ଏହି ନମ୍ବର ରେ ଯୋଗାଯୋଗ କରିବାକୁ ଆତ୍ମୀୟ ମାନେ କହିଛନ୍ତି ।

ad-week
Leave A Reply

Your email address will not be published.