ଖଣି ମାଲିକଙ୍କ ୪ଟି ଜାଗାରେ ଆୟକର ଚଢ଼ଉ

add-all

ବଡ଼ବିଲ ୦୧/୧୧: ଖଣି ମାଲିକ ତାରିଣୀ ପ୍ରସାଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢ଼ଉ କରିଛି। ଯୋଡ଼ାରେ ଆଜି ଏକକାଳୀନ ୪ଟି ଜାଗାରେ ଆୟକର ବିଭାଗ ପକ୍ଷରୁ ଚଢାଉ ହୋଇଥିବା ଜଣା ପଡ଼ିଛି। ତାରିଣୀ ମହାନ୍ତିଙ୍କ ଯୋଡ଼ା ଗଣେଶ ଭବନ ପାଖରେ ଥିବା କାର୍ଯ୍ୟାଳୟ ଓ ବାସ ଭବନ, ଯୋଡ଼ା-ବାମେବାରୀ ରାସ୍ତାରେ ଥିବା ପେଟ୍ରୋଲ ପମ୍ପ୍ ସହିତ ନଈବୁଗା ଖଣି କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି।

ବ୍ୟବସାୟ ସମ୍ବନ୍ଧୀୟ ବିଭିନ୍ନ ଆୟ ବ୍ୟୟର ତଥ୍ୟକୁ ଆୟକର ବିଭାଗର ଅଧିକାରୀ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ତନଖି କରିବା ସହିତ ଅନ୍ୟାନ୍ୟ ଦସ୍ତାବିଜ୍ ଓ କମ୍ପ୍ୟୁଟର ହାର୍ଡ ଡିସ୍କକୁ ଆୟକର ଅଧିକାରୀ ଯାଞ୍ଚ କରୁଥିବା ଜଣାପଡ଼ିଛି। ସେପଟେ ଖଣି ମାଲିକ ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥଲେ ମଧ୍ୟ ତାହା ସଫଳ ହୋଇନି।

ad-week
Leave A Reply

Your email address will not be published.