କଟକରେ ରାସ୍ତାଉପରେ କଲେଜ ଛାତ୍ରୀଙ୍କୁ ଯୁବକଙ୍କ ଛୁରାମାଡ

add-all

କଟକ: କଟକରେ କଲେଜ ଛାତ୍ରୀଙ୍କୁ ଯୁବକର ଛୁରାମାଡ । ପ୍ରତାପନଗରୀ ନିକଟରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି । ଏନେଇ କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ମିଳିଛି। ପିଡିତା ଏବଂ ଅଭିଯୁକ୍ତଙ୍କର ପରସ୍ପର ସହିତ ପୂର୍ବରୁ ପରିଚୟ ରହିଥିବା ଜଣାପଡିଛି। ଏକ ତରଫା ପ୍ରେମରୁ ଜଣେ ଯୁବକ ଛୁରା ମାଡ଼ କରିଥିବାର ସୂଚନା ମିଳିଛି । କଲେଜରୁ ବସ୍‌ରେ ଫେରି ଚାଲି ଚାଲି ଗଲା ବେଳେ ଛାତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଧାରୁଆ ଅସ୍ତ୍ରରେ ଆକ୍ରମଣ ଫଳରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗୁରୁତର ଆଘାତ ହୋଇଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆସୁ ଚିକିତ୍ସା କରାଯାଇଛି।

ଅନ୍ୟପଟେ ପୋଲିସ ପିଡିତାଙ୍କର ବୟାନ ରେକର୍ଡ କରିଛି। ଲିଖିତ ଅଭିଯୋଗ କରୁଛନ୍ତି ପିଡିତା। ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ। ଅଭିଯୁକ୍ତ ନାଁ ରେ ପୂର୍ବରୁ କୌଣସି ଅପରାଧିକ ମାମଲା ଅଛି କି ନାହିଁ ସ୍ପଷ୍ଟ ହୋଇ ନାହିଁ। ତଦନ୍ତ ପରେ ଜଣାପଡ଼ିବ।

ad-week
Leave A Reply

Your email address will not be published.