ରାଜଧାନୀରେ ହାତୀର ଉତ୍ପାତ, ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକାକୁ ଗଲା ଦନ୍ତା

add-all

ଭୁବନେଶ୍ୱର: ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକାକୁ ନିଆଯାଉଛି ଦନ୍ତା। କ୍ରେନ୍‌ ସାହାଯ୍ୟରେ ଉଠାଯିବା ପରେ ହାତୀକୁ ଟ୍ରକରେ ରଖାଯାଇଛି। ଏହାପରେ ସ୍ଥାନାନ୍ତର କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଶିଆସିଥିଲା ଦନ୍ତା। ସହର ମଧ୍ୟକୁ ପଶିଅଆସିଥିବାରୁ ନାକେଦମ୍‌ ହୋଇଥିଲ ବନବିଭାଗ କର୍ମଚାରୀ।

ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା। ଦିନରେ ପିପିଲିରେ ଆତଙ୍କ ଖେଳାଇବା ପରେ ରାତିରେ ଭୁବନେଶ୍ୱରରେ ପସିଥିଲା। ଆଇଗିଣିଆ ଶନି ମନ୍ଦିର ନିକଟରେ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିଥିଲା ବନ ବିଭାଗ । ଏହାପରେ ଟ୍ରକରେ ନିଆଯାଇ ଚନ୍ଦକା ଜଙ୍ଗଲରେ ଛଡାଯିବ।

ad-week
Leave A Reply

Your email address will not be published.