ଏସଡିଜେଏମ କୋର୍ଟରେ ଶାଶୁଘର ଚାବି ହସ୍ଥାନ୍ତର କଲେ ବର୍ଷା

add-all

କଟକ ୦୨/୧୧: ବହୁ ଚର୍ଚ୍ଚିତ ଓଲିଉଡ୍‌ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ମଧ୍ୟରେ ବିବାଦ ଅନ୍ତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶେଷରେ ଏସଡିଜେଏମ୍‌ କୋର୍ଟରେ ଅଭନେତ୍ରୀ ବର୍ଷା ପ୍ରିୟ ଦର୍ଶନୀ ଶାଶୁ ଘର ଚାବି ଫେରାଇଛନ୍ତି। ସୂଚନାଥାଉକି, ଗତ ସେପ୍ଟେମ୍ୱର ୨୭ରେ ଏସଡିଜେଏମ୍‌ କୋର୍ଟ ବର୍ଷାଙ୍କୁ ଚାବି ଫେରାଇବାକୁ ନିର୍ଦ୍ଦେଶ ଦଇଥିଲେ। କିନ୍ତୁ ସେ ଅଦାଲତରେ ହାଜର ହୋଇ ଚାବି ଫେରାଇନଥିଲେ। ଏଥର ଶେଷରେ ଅନୁଭବ ଚାବି ଧରି ତାଙ୍କ ପରିବାର ସହିତ ପୈତୃକ ଘରକୁ ଯାଇପାରିବେ ବୋଲି କୁହାଯାଇଛି। ସ୍ୱାମୀ ଅନୁଭବଙ୍କ ଘର ଛାଡ଼ିବା ପରେ ତାଙ୍କ ଘର ଚାବି ବର୍ଷାଙ୍କ ପାଖେ ରହିଥିଲା।

ପୂର୍ବ ସୂଚନା ଅନୁସାରେ ଅକ୍ଟୋବର ୨୭ରେ ବର୍ଷାଙ୍କୁ ଅଦାଲତି ଝଟକା ଲାଗିବା ସହ ଅନୁଭବ ନିଜ ପୈତୃକ ଘରକୁ ଫେରିବାର ବାଟ ଫିଟିଥିଲା। ନଭେମ୍ୱର ୨ ସୁଦ୍ଧା ଅନୁଭବଙ୍କୁ ଶାଶୂଘର ଚାବି ହସ୍ତାନ୍ତର କରିବାକୁ ଏସଡିଜେଏମ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଯଦି ଅନୁଭବ ଘର ଚାବି ନ ନିଅନ୍ତି, ତାହାଲେ କୋର୍ଟରେ ଚାବି ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା।

ଅନ୍ୟପଟେ, ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ୨ଟି ପିଟିସନକୁ କୋର୍ଟ ଖାରଜ କରିଥିଲେ। ସାମଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରି ବର୍ଷା ଯେଉଁ ଆବେଦନ କରିଥିଲେ ତାକୁ କୋର୍ଟ ଖାରଜ କରିଥିଲେ। ଏହି ସମ୍ପର୍କିତ ଏକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ଏଭଳି ଅନ୍ୟ ଏକ ପିଟିସନ ଗ୍ରହଣ ହେବ ନାହିଁ ବୋଲି ଏସଡିଜେଏମ ଅଦାଲତ କହିଥିଲେ।

ଆଉ ଏକ ପିଟିସନରେ ବର୍ଷା ଦର୍ଶାଇଥିଲେ କି, ତାଙ୍କ ମୂଳ ଆବେଦନରେ କିଛି ସଂଶୋଧନ କରିବାକୁ ଅନୁମତି ଦିଆଯାଉ। କିନ୍ତୁ ଅଦାଲତି ପ୍ରକ୍ରିୟାରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ କୋର୍ଟ ବର୍ଷାଙ୍କ ଏହି ଆବେଦନକୁ ମଧ୍ୟ ଖାରଜ କରିଦେଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.