ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣା, ମନ୍ତ୍ରୀଙ୍କ ପୁତୁରାଙ୍କୁ ମିଳିଲାନି ଜାମିନ

add-all

କଟକ: କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣାରେ ଗିରଫ ହୋଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ନିରାଶ ହୋଇଛନ୍ତି। ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ଓରଫ ଭିକି ଜାମିନ ପାଇଁ ଆବେଦନ କରିଥିଲେ ହେଁ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି।

ସେ କଟକ JMFC କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଜାମିନ ଆବେଦନକୁ ଆଜି କୋର୍ଟ ଖାରଜ କରି ଦେଇଛନ୍ତି। ଭିକି ହେଉଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ତଥା ଯୁବ ବିଜେଡିର ସଂପାଦକ। ସେ କଟକ ଚାନ୍ଦିନୀ ଚୌକ ଅଞ୍ଚଳରେ ରୁହନ୍ତି।

ad-week
Leave A Reply

Your email address will not be published.