ବିଦ୍ୟାଳୟରେ ପାଠ ପଢ଼ାଇଲେ ବିଧାୟକ ପ୍ରତାପ ଜେନା

add-all

ମାହାଙ୍ଗା: ବିଧାୟକ ପଢ଼ାଇଲେ ପାଠ। 5T ବିଦ୍ୟାଳୟ ପରିଦର୍ଶନ ସହ ପିଲାଙ୍କ ଦକ୍ଷତା ପାଇଁ କିଛି ସମୟ ଧରି ମାହାଙ୍ଗା ମହାବୀର ବିଦ୍ୟାପୀଠରେ ପଢ଼ାଇଥିଲେ ବିଧାୟକ ପ୍ରତାପ ଜେନା। କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ , ସ୍ଥାନୀୟ ବିଡିଓ , ବହୁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

ଶ୍ରେଣୀ ଗୃହରେ ସେ କେବଳ ପାଠ ପଢେଇ ଥିଲେ ସେ କଥା ନୁହେଁ , ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ପ୍ରଧାନଶିକ୍ଷକଙ୍କଠାରୁ ଆରମ୍ଭ କରି ଶିକ୍ଷକ କମିଟିର ସଦସ୍ୟ, ଅଭିଭାବକଙ୍କଠାରୁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମାହାଙ୍ଗାର ମହାବୀର ହାଇସ୍କୁଲ ନୁହେଁ, ବରାହୀପୁରଠାରୁ ହଳଦିଆ, ଏକରଣା, ବାଲିପଡ଼ା ଆଦି ଅଞ୍ଚଳରେ ପହଞ୍ଚି ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।

ad-week
Leave A Reply

Your email address will not be published.