ରାତାରାତି ପୁଲିସ କର୍ମଚାରୀ ମାଲାମାଲ, ଆକାଉଣ୍ଟରେ ଜମା ହେଲା ୧୦୦ ମିଲିଅନ ଟଙ୍କା

add-all

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଏକ ଗୀତ ଶୁଣିଥିବେ। ଦେନେୱାଲା ଜଭି ଦେତା ଦେତା ଛପର ଫାଡ଼କେ । ଠିକ୍‌ ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ହଠାତ୍‌ ଚମକି ଉଠିଛି। ଜଣେ ସାଧାରଣ ପୁଲିସ କର୍ମଚାରୀ ରାତାରାତି ମାଲାମାଲ ହୋଇଯାଇଛନ୍ତି। ତାଙ୍କ ହାତରେ ଲାଗିଛି ୧୦ କୋଟି ଟଙ୍କା। ଯାହାକୁ କମେଇବା ପାଇଁ ତାଙ୍କୁ କେତେ ବର୍ଷ ଲାଗିଯାଇଥାନ୍ତା। କିନ୍ତୁ ଗୋଟିଏ ଚୁଟକିରେ ସେ ହୋଇଯାଇଛନ୍ତି ପୁଳା ପୁଳା ଟଙ୍କାର ମାଲିକ। ଏହି ପୁଲିସ ଅଫିସରଙ୍କ ଜଣକ ହେଉଛନ୍ତି ପାକିସ୍ତାନର ଆମୀର ଗୋପଙ୍ଗ। ତାଙ୍କ ଅକାଉଣ୍ଟରେ ଜମା ହୋଇଇଛି ୧୦୦ ମିଲିଅନ ଟଙ୍କା। ଯାହା ୧୦ କୋଟି ଟଙ୍କା। ଅଜଣା ସୂତ୍ରରୁ ତାଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା ଜମା ହୋଇଥିବା ଜଣାପଡ଼ିଛି।
ପାକିସ୍ତାନର କରାଚିରେ ଥିବା ଏକ ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ଭାବେ ଗୋପଙ୍ଗ କାର୍ଯ୍ୟରତ ଅଛନ୍ତି। ଦରମା ସହ ତାଙ୍କ ଆକାଉଣ୍ଟରେ ୧୦୦ ମିଲିଅନ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ଗୋପଙ୍ଗ କହିଛନ୍ତି ଯେ, ଏତେ ପରିମାଣରେ ଟଙ୍କା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ମୋ ଆକାଉଣ୍ଟରେ ଅଳ୍ପ କେତେ ହଜାର ଟଙ୍କା ଥିଲା।

ଏହି ଘଟଣାରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ଟଙ୍କା ଜମା ବିଷୟରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ କଲ ଯିବା ପରେ ସେ ଏ ବିଷୟରେ ଜାଣିଲେ। ତେବେ ଗୋପଙ୍ଗ କିଛି କରିବା ପୂର୍ବରୁ ତାଙ୍କ ଆକାଉଣ୍ଟକୁ ବ୍ୟାଙ୍କ ସିଜ୍‌ କରିବା ସହ ତାଙ୍କ ଏଟିଏମ କାର୍ଡ଼କୁ ବ୍ଲକ କରିଦେଇଛି। ଯାହା ଫଳରେ ଗୋପଙ୍ଗ ଆଉ ଟଙ୍କା ଉଠାଇପାରିବେ ନାହିଁ। ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତାଙ୍କ ଅକାଉଣ୍ଟକୁ ଏତେ ପରିମାଣରେ ଟଙ୍କା ଆସିଲା କିପିରି ଏବଂ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଜମା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସମାନ ଘଟଣା ପାକିସ୍ତାନର ଲାରକାନା ଏବଂ ସୁକ୍କୁରରେ ଘଟିଛି। ଏଠାରେ ୩ ଜଣ ପୁଲିସ ଅଧିକାରୀଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ଜମା ହୋଇଛି। ପ୍ରତ୍ୟେକଙ୍କ ଆକାଉଣ୍ଟରେ ୫୦ ମିଲିୟନ ଟଙ୍କା ଜମା ହୋଇଛି।

ad-week
Leave A Reply

Your email address will not be published.