ଦୁର୍ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ ଆହତ; ଡାକ୍ତରଖାନାରେ ଭର୍ତ୍ତି

add-all

ଧର୍ମଗଡ଼ ୦୭/୧୧: କାର୍‌ ଦୁର୍ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ ଆହତ। ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନୀତିଙ୍କ ମୁଁହରେ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଖବର ଅନୁସାରେ, ସୁନୀତି ତାଙ୍କ କାର୍‌ରେ ଜୁନାଗଡ଼ ବ୍ଲକ ମହିଚଲା ଗାଁକୁ ଯିବା ବେଳେ ଏହି ଦୁର୍ଘଟଣା ହୋଇଛି। ମଥୁରା ପୁରୁଣା ଚିନି କଳ ପାଖରେ ଭାରସମ୍ୟ ହରାଇ ତାଙ୍କ କାର୍‌ ରାସ୍ତା ପାଖରେ ଥିବା  ଗୋଟିଏ ଗଛରେ ପିଟି ହୋଇଥିଲା।

କାର୍‌କୁ ସୁନୀତି ଚଳାଉଥିବା ବେଳେ ତାଙ୍କ କକା ତ୍ରିନାଥ ମୁଣ୍ଡ କାର୍‌ରେ ତାଙ୍କ ସହିତ ଥିଲେl ସେ ଉଭୟ ଜୁନାଗଡ଼ ଡାକ୍ତଖାନାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସୂଚନାଥାଉକି ସୁନୀତି ଭୁବନେଶ୍ୱର ପୌରପରିଷଦ ନିର୍ବାଚନରେ ବିଜେପିରୁ ମେୟର ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ। ଏହା ସହିତ ସେ ଏବେ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଦାୟିତ୍ୱରେ ମଧ୍ୟ ଅଛନ୍ତି।

nis-ad
Leave A Reply

Your email address will not be published.