ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ ସାହାରପଡା ବ୍ଲକ ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା

add-all

ପାଟଣା, ୦୭/୧୧: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଗସ୍ତରେ ମହିଳା ଓ ଶିଶୁ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଅପରାହ୍ନରେ ମନ୍ତ୍ରୀ ଅଚାନକ ସାହାରପଡା ବ୍ଲକ ଗସ୍ତରେ ଆଜି ଆଇସିଡିଏସ୍ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ତ୍ରୀଙ୍କ ସହ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉପସ୍ଥିତ ରହି ମାଛ ଚାଷ, କୁକୁଡ଼ା ପାଳନ, ଛତୁ ଚାଷ ଓ ଛତୁଆ ଚାଷ ଉପରେ ଅଧିକ ଗୁରୁତ୍ୱ ଦେବାକୁ, ମିଶନ ଶକ୍ତିକୁ ଅଧିକ କ୍ରିୟାଶୀଳ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l

ଏସଏଚଜି ଗୁଡିକୁ ଅଧିକ ପ୍ରୋତ୍ସାହନ ଦେବା ସହ ସେମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ଅଧିକ ଯତ୍ନବାନ ହେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ସମସ୍ତ ବିଭାଗର ଅଧିକାରୀ ମାନେ ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ad-week
Leave A Reply

Your email address will not be published.