ବାଲିଯାତ୍ରାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ଉଦ୍‌ଘାଟନ କଲେ ପୋଲିସ୍‌ ଡିଜି

add-all

କଟକ, ୦୭/୧୧: ଐତିହାସିକ ବାଲିଯାତ୍ରା ପୂର୍ବରୁ ସୋମବାର ଅପରାହ୍ନରେ ଉଦଘାଟିତ ହୋଇଛି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ନିର୍ମିତ ବାଲୁକା କଳା। ଯାହାକୁ ଉଦଘାଟନ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ପ୍ରଥମଥର ପାଇଁ ବାଲିଯାତ୍ରାରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଦେଖିବାକୁ ମିଳିବ। ସବୁ ବାଲୁକା କଳା କେବଳ ବାଲିରେ ନିର୍ମାଣ ହେଉଥିବା ବେଳେ ଏହି ବାଲୁକା କଳାରେ ଶହେ ଟନ୍‌ ବାଲି ସହ ୨୫,୫୦୦ ଦ୍ବୀପ ବ୍ୟବହାର କରାଯାଇଛି।

ଏହାର ଲମ୍ବା ୬୮ ଫୁଟ ଥିବା ବେଳେ ଚଉଡା ୪୨ ଫୁଟ ରହିଛି । ଏତେ ବଡ ବାଲୁକା କଳା ପୂର୍ବରୁ ନିର୍ମାଣ ହୋଇନଥିବାରୁ ଏହା ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖାଯାଇଛି। ଏହି ବାଲୁକା କଳାକୁ ପୋଲିସ ଡିଜି ବୁଲି ଦେଖିବା ସହ ବେଶ ସୁନ୍ଦର ହୋଇଥିବା କହିଛନ୍ତି। ଏହା ପରେ ପୋଲିସ ଡିଜି ମହାନଦୀରେ ହୋଇଥିବା ବୋଟିଂର ମଜା ନେଇଥିଲେ ।

ad-week
Leave A Reply

Your email address will not be published.