ରାହାସ ପୂର୍ଣ୍ଣିମା: ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

add-all

ଭୁବନେଶ୍ୱର ୦୮/୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବଡି ଭୋରରୁ ବିଭିନ୍ନ ନଦୀ, ପୁଷ୍କରିଣୀ ଓ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ପୁରୀ ବେଳାଭୂମି, ଭୁବନେଶ୍ବର ବିନ୍ଦୁ ସାଗର, ଚନ୍ଦ୍ରଭାଗା, କଟକ ମହାନଦୀ, କାଠଯୋଡି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ଡଙ୍ଗା ଭସାଇଛନ୍ତି ।

ଆ, କା, ମା, ବୈ ଉଚ୍ଚାରଣରେ ଗୁଞ୍ଜରିତ ହେଲା ପରିବେଶ। ଡଙ୍ଗା ଭସାଣ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଆଜି ଚନ୍ଦ୍ରଗ୍ରହଣ ପଡୁଥିବାରୁ, ରୀତି ନୀତି ଅନୁସାରେ ଏହା ପୂର୍ବରୁ ଡଙ୍ଗା ଭସାଣ ସାରିବାକୁ, ମଧ୍ୟ ରାତ୍ରିରୁ ହିଁ ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମଧ୍ୟ ରାତ୍ରରୁ ହିଁ ଡଙ୍ଗା ଭସା ଆରମ୍ଭ ହୋଇ ଯାଇଥିଲା ।

ଖୁବ ଶ୍ରଦ୍ଧାର ସହ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ । ଡଙ୍ଗା ଭସାଇବା ପରେ ବିଭିନ୍ନ ମନ୍ଦିରକୁ ଦିଅଁ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଯାଇଛନ୍ତି । ଆଜି ଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ବତନ୍ତ୍ର ନିତୀକାନ୍ତି ହେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ଏହି ଉପଲକ୍ଷେ ଆଜି ପୁର, ପଲ୍ଲୀ, ସହର ସବୁଠି ଚଳଚଞ୍ଚଳ ଏବଂ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.