ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ଜଣ ଡକାୟତ ଗିରଫ

add-all

ପୁରୀ, ୦୮/୧୧: ଡକାୟତି ଯୋଜନା ପଣ୍ଡ। ଗୋଟିଏ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ଜଣ ଡକାୟତ ଗିରଫ। ପୁରୀ ତାଳବଣିଆ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଏହି ୫ ଡକାୟତ ହେଲେ ବାଲିଘାଟ ଆଦର୍ଶ ନଗରର ନାରାୟଣ ମିଶ୍ର, ସତ୍ୟନାରାୟଣ ମହାପାତ୍ର, ଭିଆଇପି ରୋଡ ଜଗନ୍ନାଥ କଲୋନୀର ପ୍ରଦୀପ ବେହେରା, ରାଜା ସେଠୀ ଓ ମହାନ୍ତି ସାହି ନରସିଂହ ବଲ୍ଲଭ ପାଟଣାର ଦିପୁ ବେହେରା ।

ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତମାନେ ଆଖଣ୍ଡଳମଣି ମନ୍ଦିର ପାଖରେ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା। ତାଳବଣିଆ ଥାନା ଆଇଆଇସି ସୁଜାତା ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଡ଼କାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ମାରଣାସ୍ତ୍ର, ମୋବାଇଲ ଫୋନ, ଗୋଟିଏ ଅଟୋ ଓ ମୋଟର ସାଇକେଲ ଜବତ କରିଥିବା ବେଳେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। 

ad-week
Leave A Reply

Your email address will not be published.