କୋଣାର୍କ ମନ୍ଦିର ପ୍ରବେଶ ଟିକେଟ୍‌ ନପାଇ ତାତିଲେ ପର୍ଯ୍ୟଟକ

add-all

କୋଣାର୍କ: ଆଗକୁ ପିକନିକ ଋତୁ ଆସୁଥିବା ହେତୁ ଏବେଠୁଁ କୋଣାର୍କରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ଦେଖିବାକୁ ମିଳିଛି । ପ୍ରତିଦିନ ପରି ମାତ୍ର ୨ହଜାର ଟିକେଟ ରହୁ ଥିବାରୁ  କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଟିକେଟ ମିଳୁନାହିଁ। ଫଳରେ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହେଉଛନ୍ତି । ଲମ୍ବା ଲାଇନରେ ପର୍ଯ୍ୟଟକ ଛୋଟଛୋଟ ପିଲାମାନଙ୍କୁ ଧରି ଅପେକ୍ଷା କରୁଛନ୍ତି ଟିକେଟ ପାଇଁ । ଏହାକୁ ନେଇ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ଫଳରେ ସୁରକ୍ଷା ଗାର୍ଡ ଓ ପର୍ଯ୍ୟଟକଙ୍କ ଭିତରେ ମୁହାଁମୁହିଁ ହୋଇଛନ୍ତି। ଘଟଣା ସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପରେ ମନ୍ଦିର ଫାଟକକୁ ଖୋଲା ଯାଇଥିଲା। ଫଳରେ ବିନା ଟିକେଟରେ ପର୍ଯ୍ୟଟକ ମନ୍ଦିର ବୁଲିଥିଲେ l

ସୂଚନା ଥାଉକି  ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିବାପାଇଁ ମୁଣ୍ଡ ପିଛା ୪୦ ଟଙ୍କା ଦେୟ ଟିକେଟ ବିକ୍ରି କରାଯାଏ। ମାତ୍ର ASI ଦିନକୁ ୨ ହଜାର ଟିକେଟ ବିକ୍ରି କରିବା ପରେ ଟିକେଟ୍‌ ଘରେ ଆଉ ଟିକେଟ୍ ନଥିଲା। ପୁନର୍ବାର ଟିକେଟ ଆସିବା ପରେ  ଟିକେଟ ବିକ୍ରି ହୋଇଥାଏ। ଯାହା ଫଳରେ ଦେଶ ବିଦେଶରରୁ ଆସୁଥିବା ପର୍ଯ୍ୟଟକ ୨ରୁ ୩ଘଣ୍ଟା ଅପେକ୍ଷା ପରେ ଟିକେଟ ପାଇଥାନ୍ତି। ଏପରି ASIର ମନମୁଖି କାର୍ଯ୍ୟ ଯୋଗୁଁ ହଜାର ହଜାର ପର୍ଯ୍ୟଟକ ମନ୍ଦିର ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଠିଆ ହେବା ଦେଖିବାକୁ ମିଳିଛି। ତୁରନ୍ତ ଟିକେଟ ଅଧିକରୁ ଅଧିକ ଟିକେଟ ଘରେ ରଖିବା ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ। ଆଗକୁ ଆସୁଛି ପିକନିକ ଋତୁ କୋଣାର୍କ କୁ ପ୍ରତ୍ୟକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିବ ଏବେ ଠୁ ଯଦି ସୂର୍ଯ୍ୟ ମନ୍ଦିରରେ ଏତେ ଭିଡ ତାହାଲେ ଆଗକୁ ଯଦି ଟିକେଟ ର ସ୍ଥାୟୀ ପ୍ରତିକାର କରାନଯାଏ, ତାହେଲେ ଆଗକୁ ପରିସ୍ଥିତି ଅଣ ଆୟତ୍ତ ହେବ ବୋଲି  ବୁଦ୍ଧିଜୀବୀ ମାନେ ଅନୁମାନ କରିଛନ୍ତି l

ad-week
Leave A Reply

Your email address will not be published.