ଖେରସନ ମୁକ୍ତ ହେବା ସହ ଯୁଦ୍ଧ ବନ୍ଦ ପ୍ରକ୍ରିୟା ଆରମ୍ଭ ହେଲା: ‌ଜେଲେନ୍‌ସ୍କି

add-all

ମସ୍କୋ : ରୁଷ୍‌ ୟୁକ୍ରେନର ଖେରସନରୁ ସେନା ପ୍ରତ୍ୟାହାର କରିବାପରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ସୋମବାର ଦିନ ଖେରସନ ଗସ୍ତ କରିଛନ୍ତି। ଜେଲେନସ୍କି କହିଛନ୍ତି, ଖେରସନରୁ ରୁଷ୍‌ ସୈନ୍ୟ ପ୍ରତ୍ୟାହାର କରିବା ସହ ଯୁଦ୍ଧ ଶେଷ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ରୁଷ୍‌ ଖେରସନରୁ ସେନା ପ୍ରତ୍ୟାହାର କରିବା ୟୁକ୍ରେନ୍‌ପାଇଁ ଦୀର୍ଘ ୯ ମାସର ଯୁଦ୍ଧ ମଧ୍ୟରେ ସବୁଠୁ ବଡ଼ ସଫଳତା ବୋଲି ଜେଲେନସ୍କି କହିଛନ୍ତି।

ତେବେ ୟୁକ୍ରେନର ବିଜୟ ପାଇଁ ବହୁତ ମୂଲ୍ୟ ଦେବାକୁ ପଡ଼ିଛି ବୋଲି ସେ କହିଛନ୍ତି। ଜେଲେନ୍‌ସ୍କି ଖେରସନରେ ସୈନିକଙ୍କୁ ଉଦ୍‌ବୋଧନ ଦେଇ ଏଭଳି ଗୁରୁତଦ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ରୁଷ୍‌ ବିରୋଧରେ ଯୁଦ୍ଧ ପାଇଁ ନା‌ଟୋ ଏବଂ ଅନ୍ୟ ସହଯୋଗୀ ରାଷ୍ଟ୍ରଙ୍କ ସହଯୋଗ ପାଇଁ ଜେଲେନ୍‌ସ୍କି ଧନ୍ୟବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.