ରାଜ୍ୟ କ୍ୟାବିନେଟ୍‌ରେ ୧୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ଓଡ଼ିଶା ବନ୍ଦର ନୀତିକୁ ମିଳିଲା ଅନୁମୋଦନ

add-all

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ ବୈଠକରେରେ ଶୁକ୍ରବାର ୧୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ବନ୍ଦର ନୀତିକୁ ଅନୁମୋଦନ ମିଳିଛି। ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି। ଏହି ନୀତି ଅନୁସାରେ ଅନ୍ତର୍ଦେଶୀୟ ଜଳପଥ ଓ କ୍ଷୁଦ୍ର ବନ୍ଦରର ବିକାଶ ହୋଇପାରିବ। ବନ୍ଦର କ୍ଷେତ୍ରରେ ଘରୋଇ ପୁଂଜି ନିବେଶକୁ ପ୍ରୋତ୍ସାହିତ ଦେବ। ବନ୍ଦର ଏବଂ ବନ୍ଦର ସଂପର୍କୀତ ଶିଳ୍ପ ସମୂହ ମଧ୍ୟ ବିକାଶ ହେବ। ସେହିପରି ସାମୁଦ୍ରିକ ପର୍ଯ୍ୟଟନ, ବହୁମୁଖୀ ଜେଟି ଆଦିକୁ ଏହି ନୀତି ପ୍ରୋତ୍ସାହନ ଯୋଗାଇବ।

ରାଜ୍ୟ କ୍ୟାବିନେଟ୍‌ରେ ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’କୁ ମଧ୍ୟ ଅନୁମୋଦନ ମିଳିଛି। ଶିଶୁମାନଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଏହି ନୂଆ ନୀତି ଗୁରୁତ୍ବ ଦେବ। ଶିଶୁମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଓ ଶିକ୍ଷା ଅଧିକାରକୁ ଗୁରୁତ୍ବ ଦେବ। ବିଜ୍ଞାପ୍ତି ପ୍ରକାଶ ପାଇବାର ବର୍ଷକ ମଧ୍ୟରେ ନୀତି ଲାଗୁ ହେବ।

କଟକ ଜିଲ୍ଲାରେ ପ୍ରବାହିତ ହାଡୁଆ ନଦୀର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନଦୀରେ ଜଳଭଣ୍ଡାର ନିର୍ମାଣ ହେବ। ଏଥି ପାଇଁ ୨୨୫ କୋଟି ଟଙ୍କା ଖର୍ଚ୍ଚ ହେବ।

ad-week
Leave A Reply

Your email address will not be published.