ଡିଜିଟାଲ ଲୋନ ଆପ୍‌ ମାମଲା: ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ EOW

ଡିଜିଟାଲ ଲୋନ ଆପ୍‌ ମାମଲାରେ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ରାଇଟ ଷ୍ଟାର୍ଟ ବିଜନେସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନିତିନ ମଲ୍ଲିକଙ୍କ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଇଓଡବ୍‌ଲ୍ୟୁ।

ଡିଜିଟାଲ ଲୋନ୍‌ ଆପ୍‌ କ୍ରେଡିଟ ଗୋଲ୍‌ଡ ମାଧ୍ୟମରେ ହଇରାଣ ହେବା ପରେ ଇଓଡବ୍‌ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ ଭୁବନେଶ୍ୱରର ଶକ୍ତି ପ୍ରସାଦ ଦାସ। ତାଙ୍କ ଅଭିଯୋଗ କ୍ରମେ ଏଚଡିଏଫସି ବ୍ୟାଙ୍କ ଓ ଆଇଡିଏଫସି ଫାଷ୍ଟ ବ୍ୟାଙ୍କରେ ଥିବା ନିତିନଙ୍କ ଟଙ୍କାକୁ ଫ୍ରିଜ କରାଯାଇଛି। ରାଇଟ ଷ୍ଟାର୍ଟ ବିଜନେସ ପ୍ରାଇଭେଟ ଲିମିଟେଡର ମାଲିକ ଚୀନ ନାଗରିକ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.