ପଦ୍ମପୁର ଉପନିର୍ବାଚନ: କଂଗ୍ରେସ ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

add-all

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ‌ ପାଇଁ ଆଜି ରାଜ୍ୟର ୩ଟି ପ୍ରମୁଖ ଦଳ ନିଜ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି। ବିଜେଡି ଓ ବିଜେପି ପରେ କଂଗ୍ରେସ ନିଜର ଷ୍ଟାର ପ୍ରଚାରକମାନଙ୍କ ନାଁ ଘୋଷଣା କରିଛି। କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ୪୦ ଜଣିଆ ପ୍ରଚାର ତାଲିକାରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ସହପ୍ରଭାରୀ ଜି ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ନରସିଂହ ମିଶ୍ର ସାମିଲ ଅଛନ୍ତି।

ସେହିପରି କଂଗ୍ରେସର ପ୍ରଚାର ତାଲିକାରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାର୍ଯ୍ୟକାରୀ ସଭାପତି ଚିରଂଜିବୀ ବିଶ୍ବାଲ, ଭକ୍ତଚରଣ ଦାସ, ସପ୍ତଗିରି ଉଲ୍ଲାକା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ସରତ ରାଉତ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ବର ବେହେରା, ପଂଚାନନ କାନୁନଗୋ, ରମେଶ ଜେନା,ଦାଶରଥୀ ଗମାଙ୍ଗୋ, ଅଧୀରାଜ ମୋହନ ପାଣିଗ୍ରାହୀ, ସିଏସ୍‌ ରଂଜନ ଏକ୍କା, କିଶୋର ଚନ୍ଦ୍ର ପଟେଲ, ସୁରେନ୍ଦ୍ର ସିଂହ ଭୋଇ, ଯଜ୍ଞେଶ୍ବର ବାବୁ, ଦେବାଶିଷ ପଟ୍ଟନାୟକ, ସଂଜୟ ଭୋଇ, ପ୍ରକାଶ ଚନ୍ଦ୍ର ଦେବତା, ଭୁଜବଳ ମାଝୀ, ଅମୀୟ ପଟ୍ଟନାୟକ, ବାଙ୍କନିଧୀ ବେହେରା, ବନ୍ଦିତା ପରିଡ଼ା, ସ୍ମୁତିରଂଜନ ଲେଙ୍କା, ୟଶୀର ନୱାଜ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ହମିଦ ହୁସେନ୍‌।

ad-week
Leave A Reply

Your email address will not be published.