ED ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍

add-all

ଭୁବନେଶ୍ୱର ୨୦।୧୧ : ED ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍। ଭୁବନେଶ୍ବର ED ଅଫିସ ପରିସରକୁ ନିଆଗଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍। ଶନିବାର ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍ ଜବତ କରିଥିଲା ଇଡି । ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର ନମ୍ବର ପ୍ଲେଟ ଗାଡି ଭିତରୁ ଠାବ ହୋଇଛି ।

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କର ଏଣ୍ଡେଭର କାରକୁ ନେଇ ଇଡି ଖୋଳତାଡ ଜାରି ରଖିଛି। ଏହି ଏଣ୍ଡେଭର କାର ଅର୍ଚ୍ଚନା ନାଗଙ୍କର ହୋଇଥିବା ଇଡି ସ୍ପଷ୍ଟ ମଧ୍ୟ କରିଛି। ଇଡିର ଅଧିକାରୀ ମାନେ ପହଞ୍ଚି ଇଞ୍ଜିନ ଓ ଚେସିସ୍ ନମ୍ବର ଯାଞ୍ଚ କରିବା ପରେ ତାହା ଅର୍ଚ୍ଚନାଙ୍କ ଏଣ୍ଡେଭର ବୋଲି ସ୍ପଷ୍ଟ ହୋଇଛି । ଦୀର୍ଘ ଦିନ ଧରି ନିଖୋଜ ଥିଲା ଏହି ଏଣ୍ଡେଭର କାର୍। ମଞ୍ଚେଶ୍ବରର ଯେଉଁ ସ୍ଥାନରୁ ଏହି କାର ଜବତ ହୋଇଛି, ସେହି ଅଂଚଳରେ ଗତ ଏକ ମାସର ସିସିଟିଭି ଫୁଟେଜକୁ ଇଡି ଯାଂଚ କରିବ ବୋଲି ସୂଚନା ମିଳିଛି। ଏହି କାରଟି ଜଣେ ନେତା ଅର୍ଚ୍ଚନାକୁ ଉପହାର ଦେଇଥିଲେ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.