ବେଆଇନ୍‌ ଚାଲାଣ ବେଳେ ୧୫୫ ଗୋରୁ ଉଦ୍ଧାର, ୨ ଟ୍ରକ୍‌ ଜବତ

add-all

ଯାଜପୁର, ୨୦।୧୧: ପାଣିକୋଇଲି ଥାନା ଅନ୍ତର୍ଗତ ସାହାପୁର ହାଟ ଛକ ନିକଟରେ ଜିଲ୍ଲା ସ୍ପେଶାଲ ପୋଲିସ ସ୍କ୍ୱାର୍ଡ ଓ ପାଣିକୋଇଲି ପୋଲିସର ମିଳିତ ଚଢ଼ାଉ । ବେଆଇନ୍ ଗୋରୁ ଚାଲାଣ ବେଳେ ୨ଟି ଟ୍ରକ୍ ସହ ୧୫୫ଟି ଗୋରୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଏଥିସହିତ ପାଣିକୋଇଲି ପୋଲିସ୍ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ପୋଲିସ ବିଶେଷ ସୂତ୍ରରୁ ଖବରପାଇ ସାହାପୁର ଛକ ନିକଟରେ ଏହି ୨ଟ୍ରକକୁ ଅଟକାଇଥିଲା। ଟ୍ରକରେ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ କାବୁ କରି ଥାନାରେ ଅଟକ ରଖିଥିବା ବେଳେ ଆଉ ଦୁଇଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ତେବେ ୧୫୫ଟି ଗୋରୁଙ୍କ ମଧ୍ୟରୁ ୩୭ଟି ଗୋରୁଙ୍କୁ ବ୍ୟାସନଗର ଗୋଶାଳାରେ ଛଡାଯାଇଥିବା ବେଳେ ଅନ୍ୟ ସମସ୍ତ ଗୋରୁଙ୍କୁ କଟକ ଚୌଦ୍ୱାର ଗୋଶାଳାକୁ ପାଠାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.