ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା : ଜଗନ୍ନାଥ ସେନାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

add-all

ପୁରୀ ୨୧।୧୧ : ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡ଼ିଓ ଭାଇରାଲ ଘଟଣାରେ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ । ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀ ନାଁରେ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ପରେ ତଦନ୍ତକୁ ଜୋରଦାର କରାଯାଇଛି।

ତେବେ ଅଭିଯୁକ୍ତ ଆକାଶ ଚୌଧୁରୀ ବାଂଲାଦେଶର ବୋଲି କୁହାଯାଉଛି । ଆକାଶ ବିଷୟରେ ସବିଶେଷ ତଥ୍ୟ ପାଇଁ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟକୁ ତଥ୍ୟ ମାଗିଛି ପୋଲିସ । ଅଭିଯୁକ୍ତ ଜଣେ ୟୁଟ୍ଯୁବର । ଅଭିଯୁକ୍ତ ଆକାଶ ଶ୍ରୀମନ୍ଦିର ଭିତରକୁ କିଭଳି ମୋବାଇଲ ନେଇ ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଭାଇରାଲ କଲେ ସେନେଇ ଶ୍ରୀମନ୍ଦିର ସିସିଟିଭିକୁ ଯାଞ୍ଚ କରାଯାଇଛି। କୌଣସି ଅଧିକାରୀ କିମ୍ବା ବ୍ୟକ୍ତି ବିଶେଷ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରିଥିବେ ସେନେଇ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ ପି କହିଛନ୍ତି।

ସେପଟେ ଶ୍ରୀମନ୍ଦିର ଢ଼ିଲା ସୁରକ୍ଷା ବ୍ୟବସ୍ଥା ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ସେନା ପକ୍ଷରୁ ଏସପିଙ୍କୁ ଦାବି ପତ୍ର ଦିଆଯାଇଛି। ଆଗାମୀ ଦିନରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ଫଟୋ ଭାଇରାଲ୍ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍ ପି କନୱର ବିଶାଳ ସିଂ କହିଛନ୍ତି ।

ad-week
Leave A Reply

Your email address will not be published.