କୋରେଇ ଟ୍ରେନ ଦୁର୍ଘଟଣା: ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କଲା ରେଳ ବିଭାଗ

add-all

ଯାଜପୁର,୨୦/୧୧: ଯାଜପୁର କୋରେଇ ରେଳଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ରେଳ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ କାର୍ଯ୍ୟ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ରେଳ ବିଭାଗର ବରିଷ୍ଠ ଅଧିକାରୀ ଏହି ଆର୍ଥିକ ସହାୟତା ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରିଛନ୍ତି ।

ସେପଟେ ଅକାଳରେ ଦୁଇ ଦୁଇଟି ଜୀବନ ପରିବାରରୁ ଚାଲି ଯାଇଥିବାରୁ ପରିବାର ଭାଙ୍ଗି ପଡିଥିବା କହିଛନ୍ତି ମୃତକଙ୍କ ସ୍ୱାମୀ । ଆଜି ମୋ ସ୍ତ୍ରୀ ଝିଅ ଚାଲିଗଲେ ଯଦି ଭଗବାନ ନଥାନ୍ତେ ତେବେ ମୋ ଜ୍ୱାଇଁ ବି ଚାଲି ଯାଇଥାନ୍ତା । କେବେଳ ଚା ଟୋପାଏ ପାଇଁ ମୋ ଜ୍ୱାଇଁ ବଞ୍ଚିଗଲା । ଚା ପାଇଁ ସେ ଯାଇଥିଲେ । ଆଉ ମୋ ଜ୍ୱାଇଁଙ୍କୁ ସେହି କପେ ଚା ଆଜି ମୃତ୍ୟୁମୁଖରୁ ଟାଣି ଆଣିବା ସହ ଅନାଥ ହେବାକୁ ବସିଥିବା ଛୁଆ ଆଜି ବଞ୍ଚି ଯାଇଛନ୍ତି । ଏବେ ଯାହା କରିବେ ସେହି ଭଗବାନ । ଏଭଳି କୋହ ଭରା କଣ୍ଠରେ କାନ୍ଦି କାନ୍ଦି କହିଛନ୍ତି ମୃତଙ୍କ ସ୍ୱାମୀ ।

ad-week
Leave A Reply

Your email address will not be published.