କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

add-all

ଭୁବନେଶ୍ଵର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା। ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ମିଳିବ ୧୦୦୦ ଟଙ୍କା। ପ୍ରତ୍ୟେକ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏ  ଦିଆଯିବ। ସମସ୍ତ ତୋଳାଳିମାନଙ୍କୁ ତୋଳାଳି ପରିଚୟ ପତ୍ର ପ୍ରଦାନ କରାଯିବ। ଏଥିରେ ରାଜ୍ୟର ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଉପକୃତ ହେବେ।

ଏଥିସହ ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ BSKY ରେ ସାମିଲ କରାଯିବ। ସେମାନଙ୍କ ପିଲାମାନଙ୍କୁ ବୃତ୍ତି ପ୍ରଦାନ ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାରେ କେନ୍ଦୁପତ୍ର ତୋଳାଳିମାନଙ୍କୁ ବୋନସ ଦିଆଯାଉଛି। କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବାରେ ଓଡିଶା ପ୍ରଥମ ରାଜ୍ୟ। ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି। ରାଜ୍ୟରେ  ବହୁ ଜନଜାତିମାନେ  ମଧ୍ୟ କେନ୍ଦୁପତ୍ର ତୋଳିବା କାମ  କରନ୍ତି।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି,  କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ମୋ ସରକାର କାମ କରି ଆସୁଛି। ସର୍କଲ ଚେକ୍ରସ୍ ଓ ବାଇଣ୍ଡିଂ ଚେକର୍ସ ମାନଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ୧୫ ଦିନକୁ ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ କେନ୍ଦୁପତ୍ର ବ୍ୟବସାୟରୁ ଜିଏସଟି ହଟାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରିଛନ୍ତି। କେନ୍ଦୁପତ୍ର ବ୍ୟବସାୟରେ ୧୮ ପ୍ରତିଶତ ଜିଏସଟି ରଖିଛନ୍ତି କେନ୍ଦ୍ର ସରକାର। କେନ୍ଦୁପତ୍ର  ତୋଳାଳି ଓ କର୍ମଚାରୀମାନେ ଏମାନେ ସମସ୍ତେ  ଗରିବ ଲୋକ ବୋଲି ମୁଖ୍ୟମନ୍ତୀ କହିଛନ୍ତି।

ad-week
Leave A Reply

Your email address will not be published.