ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ଇଡି; ପ୍ରକ୍ରିୟା ଆରମ୍ଭ

add-all

ଭୁବନେଶ୍ୱର ୨୩/୧୧: ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ ମେଲର୍‌ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତାଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ତାର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଛି। ସୂଚନାଥାଉକି, ଅର୍ଚ୍ଚନାଙ୍କ ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ ଇଡି ଏବେ ଜୋର୍‌ସୋର୍‌ ତଦନ୍ତ ଚଲାଇଛି।

ଗତକାଲି ବା ମଙ୍ଗଳବାର ଅର୍ଚ୍ଚନାଙ୍କ ସହିତ ଲିଙ୍କ୍‌ ଥିବା ବ୍ୟବସାୟୀ ଅମିୟ ଦାସଙ୍କୁ ଇଡି ଜେରା କରିଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ ଓଡ଼ିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜା ଏବଂ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀଙ୍କୁ ମଧ୍ୟ ଇଡି ଜେରା କରିଛି। ତେବେ ଏହି ମାମଲରେ ଅର୍ଚ୍ଚନାଙ୍କ ନାଗ ଫାସରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ବିଭାଗୀୟ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.