ପୂରଣ ହେବ ଖାଲିଥିବା ୭,୫୪୦ ଶିକ୍ଷକ ପଦବି; OSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

add-all

ଭୁବନେଶ୍ୱର ୨୩/୧୧: ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ୍‌ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ବଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୭,୫୪୦ ଜଣ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି।

କଳାରେ ୧୯୭୦ ଜଣ, ବିଜ୍ଞାନରେ ପିସିଏମ ବିଭାଗରେ ୧୪୧୯, ସିବିଜେଡ୍‌ରେ ୧୨୦୫, ହିନ୍ଦି ୧୩୫୨, ସଂସ୍କୃତରେ ୭୨୩, ଶାରୀରିକ ଶିକ୍ଷାରେ ୮୪୧ ଜଣ, ଉର୍ଦ୍ଧୁ ଭାଷା ୨୪, ତେଲୁଗୁ ଭାଷା ୬ ଶିକ୍ଷକ ଏଥିରେ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି। ଏଥିପାଇଁ ଡିସେମ୍ୱର ୧୧ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୯ ଜାନୁଆରୀରେ ସରିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଅନ୍ୟପଟେ ରାଜ୍ୟ ସରକାରଙ୍କର ଏହି ନିଯୁକ୍ତି ବିଜ୍ଞାପନ ବାହାରିବା ପରେ ଆଶାୟୀ ପ୍ରାର୍ଥୀ ମାନେ ଖୁସି ବ୍ୟକ୍ତ କରିଛନ୍ତି।

ad-week
Leave A Reply

Your email address will not be published.