ଅର୍ଚ୍ଚନା ନାଗ ମାମଲା: EDରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

add-all

ଭୁବନେଶ୍ୱର ୨୩/୧୧: ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ ମେଲର୍‌  ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ଜୋରଦାର ତଦନ୍ତ ଚଳାଇଛି। ଏହି ମାମଲାରେ ଅର୍ଚ୍ଚନାଙ୍କ ସହ ଲିଙ୍କ୍‌ ଥିବା ଓ ବେଆଇନ୍‌ ଅର୍ଥ କାରବାର ମାମଲାରେ ବର୍ତ୍ତମାନ ସୁଦ୍ଧା ଇଡି ଓଡ଼ିଆ ସିନେ ନିର୍ଦ୍ଦେଶକ ଅକ୍ଷୟ ପରିଜା, ପ୍ରକ୍ଷାତ ବ୍ୟବସାୟୀ ଅମିୟକାନ୍ତ ଦାସ, ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରିସାରିଲାଣି।

ଏମାନଙ୍କ ମଧ୍ୟରୁ କେହିବି ଗିରଫ ହୋଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।ସେଥିପାଇଁ ଗିରଫ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଇଡି କାର୍ଯ୍ୟାଳୟରେ ଡାକ୍ତରୀ ଟିମ୍‌ ପହଞ୍ଚିଛନ୍ତି। ସେପଟେ ବୁଧବାର ସହୋଯୋଗୀ ଖଗେଶ୍ୱରଙ୍କର ରିମାଣ୍ଡ ଅବଧି ସରିବାକୁ ଯାଉଛି। ଆସନ୍ତାକାଲି ବା ଗୁରୁବାର ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି ଜଣାପଡ଼ିଛି।  

ad-week
Leave A Reply

Your email address will not be published.