ଡାକ୍ତରଖାନାରେ ଭର୍ତ୍ତି ହେଲେ ମାୟୋସିଟିସ୍ ରୋଗରେ ଆକ୍ରାନ୍ତ ଥିବା ସାମନ୍ଥା !

add-all

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ମାସ ତଳେ ସେ ନିଜ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେଉଥିବା ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହା ସହ ନିଜ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସାମନ୍ଥା ଖୁଲାସା କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ନିକଟରେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ହେଉଛି ଯେ, ମାୟୋସିଟିସ୍ ରୋଗରେ ଆକ୍ରାନ୍ତ ଥିବା ସାମନ୍ଥା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଗୁଜବ ବୋଲି କହିଛନ୍ତି ସାମନ୍ଥାଙ୍କ ମୁଖପାତ୍ର। ସେ କହିଛନ୍ତି ଯେ, ସାମନ୍ଥା ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ମିଛ। ସେ ମାୟୋସିଟିସ୍ ରୋଗରେ ଆକ୍ରାନ୍ତ ଥିବା ସତ। ହେଲେ ସେ ଘରେ ଔଷଧ ନେଇ ଏବେ ସୁସ୍ଥ ହେଉଛନ୍ତି।

ତେବେ ସାମନ୍ଥାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ କିଛି ଦିନ ତଳେ ଫିଲ୍ମ ‌’ଯଶୋଦା’ରେ ନଜର ଆସିଥିଲେ। ଫିଲ୍ମଟି ରିଲିଜ ହେବା ପରେ ଏହାକୁ ମିଶ୍ର ପ୍ରତିକ୍ରିୟା ମିଳିଥିଲା।

ad-week
Leave A Reply

Your email address will not be published.